22/09/2026
🏆🥋 ଗର୍ବର ମୁହୂର୍ତ୍ତ ଓଡ଼ିଶା! ❤️
ଲଦାଖରେ ୧୮ରୁ ୨୧ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ୧୦ମ ପେନକାକ୍ ସିଲାଟ୍ ଫେଡେରେସନ୍ କପ୍ ୨୦୨୬ରେ ଓଡ଼ିଶା ପେନକାକ୍ ସିଲାଟ୍ ଟିମ୍ ଚମତ୍କାର ପ୍ରଦର୍ଶନ କରି ମୋଟ ୨୨ଟି ପଦକ ହାସଲ କରିଛି। 🇮🇳
🥇 ୯ ସ୍ୱର୍ଣ୍ଣ
🥈 ୬ ରୌପ୍ୟ
🥉 ୭ କାଂସ୍ୟ
ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶାର ସମସ୍ତ ପଦକ ବିଜେତା ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 👏🏻🏆
ଟିମ୍ ସହ କୋଚ୍ ଗୁରୁ ପ୍ରେମ ସିଂହ ଥାପା ଓ ନାରାୟଣ ବାରିକ, ଏବଂ ମ୍ୟାନେଜର୍ ଲୀଲା ବାତୀ ରାଣା ଲଦାଖ ଯାଇ ଦଳକୁ ସହଯୋଗ କରିଥିଲେ।
ଏହି ସଫଳତାରେ Sports & Youth Services Department, Government of Odishaର ସହଯୋଗ ଓ ସମର୍ଥନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖେଳାଳିମାନଙ୍କୁ ଆବଶ୍ୟକ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେଇଥିବାରୁ ବିଭାଗକୁ ଧନ୍ୟବାଦ। 🙏🏻
ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ **Pencak Silat Association of Odisha (PSAO)**ର ସମସ୍ତ ପଦାଧିକାରୀ ଚାମ୍ପିଅନ୍ ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। 🌟
👏 ଓଡ଼ିଶାର ପ୍ରତିଭାଶାଳୀ ଖେଳାଳିମାନେ ନିଜର ଶାନଦାର ପ୍ରଦର୍ଶନ ଜରିଆରେ ରାଜ୍ୟର ଗୌରବ ବଢ଼ାଇଛନ୍ତି।
❤️ ଓଡ଼ିଶାର ଗୌରବ — ଆମ ଖେଳାଳି!
🥋 Pencak Silat | Tradition • Strength • Unity
CMO Odisha Suryabanshi Suraj Odisha Sports Department of Sports and Youth Services, Government of Odisha Odisha Olympic Association Odisha Olympic Assoc Indian Pencak Silat Federation